8 ମାସ ର ପିଡିଏସ୍ ଚାଉଳ ଖାଇଗଲେ

ଚାନ୍ଦବାଲି-ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ।ଗରିବ ହିତାଧିକାରୀ ମାନଙ୍କୁ ସରକାର ଦେଉଥିବା ସରକାରୀ ଚାଉଳ ହରିଲୁଟ କରିଛନ୍ତି ସରକାରୀ ବାବୁ ।ଆଜକୁ ଆଠମାସର ପିଡିଏସ୍ ଚାଉଳ ନଦେଇ ହିତାଧିକାରୀ ମାନଙ୍କ ଉପରେ ଦେଖାଉଛିନ୍ତି ନାଲି ଆଖି ଏହି ସରକାରୀ ବିବୁ ଜଣଙ୍କ।ରାଜ୍ୟ ସରକାର ଗରୀବ ହିତାଧିକାରୀ ମାନଙ୍କ ପାଇଁ ସମସ୍ତେ ସୁବିଧା ପ୍ରଣୟନ କରୁଥିବା ବେଳେ ବଜରାପୁର ପଞ୍ଚାୟତରେ ସରକାରୀ ବାବୁ ଧିରନ୍ଦ୍ର କୁମାର ନାୟକ ଓ ପୂର୍ବତନ ସରପଞ୍ଚ ଗରିବ ମାନକୁ ରାସନ ଦେଉନଥିବା ଅଭିଯୋଗ କରିଛନ୍ତି

ଗରିବ ରାସନ ହିତାଧିକାରୀ।ବଜରାପୁର ପଞ୍ଚାୟତରେ ନୂତନ ସରପଞ୍ଚ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଆନିମା ଦାସ ଏବିଷୟରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ଦାଇତ୍ୱରେ ଥିବା ସରକାର ଭିଏଲଡ଼ବ୍ଲୁ ଧିରେନ୍ଦ୍ର କୁମାର ନାୟକ ଜାଣିଶୁଣି ଏମିତି କରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।ଆଜି ପଞ୍ଚାୟତ ଅଫିସରେ ଭିତରେ500ରୁ ଅଧିକ ହିତାଧିକାରୀ ପଞ୍ଚାୟତ ଅଫିସ ଆଗରେ ହୋ ହାଲା କରିଥିବା ଦେଖିବାକୁ ମିଳିଛି।

ଯଦି ଗରିବ ହିତାଧିକାରୀ ମାନଙ୍କରଙ୍କୁ ବକେୟା ଥିବା ରାସନ ପ୍ରଦାନ କରା ନଯାଏ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯୀଵ ବୋଲୀ କହିଛନ୍ତି ହିତାଧିକାରୀ ମାନେ
ଚାନ୍ଦବାଲି ରୁ ରାକେଶ ନାୟକ mpx tv l

Share this…
Share on Facebook

Facebook