ମୟୁରଭଞ୍ଜ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକମାନଙ୍କୁ କାମ ଯୋଗାଇବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ସତ ମାତ୍ର ଦାଦନର ଦୁଃଖ ଅନ୍ତ ହୋଇ ପାରୁନି। ସୁଦୂର ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟକୁ ଶ୍ରମିକ ମାନଙ୍କୁ ବେଆଇନ ଭାବେ କିଛି ଅସାଧୁ ବ୍ୟକ୍ତି ମଧସ୍ତି କରି ନେଇ କଣ୍ଟ୍ରାଟର ମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରିଥିବା ଜଣା ପଡେ । ତେବେ ଶ୍ରମିକ ମାନଙ୍କୁ ପ୍ରଲୋଭିତ କରି ଦାଦନ ନିମନ୍ତେ ଚାଲାଣ କରାଯାଇ ବିଭିନ୍ନ ସମୟରେ ସେଠାରେ ସେମାନେ ନିଖୋଜ ହେବା ଭଳି ଘଟଣା ଚିନ୍ତାଜନକ ହେଇପଡିଛି ।
ନିଜ ସ୍ବାମୀଙ୍କ ନିଖୋଜ ହେବା ଖବର ପାଇ ମାନସିକ ଭାରସାମ୍ୟ ହରାଇ ବସିଥବା ନିଃସହାୟ ମହିଳା ଙ୍କ କଥା ….ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ବାଘବୁଡା ଗ୍ରାମ ପଞ୍ଚାୟତ କୋଟିଶଳ ଗ୍ରାମରେ ବିନୋଦିନି ମୁଣ୍ଡାଙ୍କ ସ୍ଵାମୀ ଦିଗାମ ମୁଣ୍ଡା (୫୦) ଦଶ ଜଣ ଗାଁର ଶ୍ରମିକଙ୍କ
ସହିତ ଗାଁର ସୁଶାନ୍ତ ସାହୁଙ୍କ ଜରିଆରେ ତାମିଲନାଡ଼ୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ଗତ ୮ ତାରିଖ ଦିନ ଦିଗାମ ପରିବାରର ଲୋକଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଥିବା ବେଳେ ୯ ତାରିଖ ଦିନ ହଠାତ ଦିଗାମଙ୍କ ମୋବାଇଲ ସୁଇଚ ଅଫ ହେଇପଡ଼ିଥିଲା । ପରିବାର ଲୋକଙ୍କ ନେଇ ଯାଇଥିବା ସୁଶାନ୍ତ ସାହୁକୁ ଯୋଗାଯୋଗ କରିଥିଲେ । ତେବେ ଶୁସାନ୍ତ ସାହୁ କଥା କହିବାର ଶୋଇଲି ଟିକିଏ ଅଲଗା ଥିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଦିଗାମଙ୍କ ସହିତ ଯାଇଥିବା ଲୋକଙ୍କୁ ଯୋଗାଯୋଗ କରିଥିଲେ ହେଲେ ଯୋଗାଯୋଗ ହେଇପାରି ନ ଥିଲା । ତା ପର ଦିନ ଗାଁ ଲୋକଙ୍କ ଠାରୁ ଶୁଣିବାକୁ ପାଇଲେ ଯେ ଦିଗାମ ଶେଭିଂଗ ହେବା ପାଇଁ ବ୍ଲେଡ଼ ଆଣିବାକୁ ଯାଇ ଆଉ ଫେରି ନାହାନ୍ତି । ତା ପରେ ଶୁସାନ୍ତ ସାହୁଙ୍କୁ ଯୋଗା ଯୋଗ କରିବାରୁ ସେ କହିଥିଲେ ଖୋଜାଖୋଜି ଚାଲିଛି । ହେଲେ ତାମିଲନାଡୁ ଥାନାରେ ଏ ବାବଦରେ କୌଣସି ନିଖୋଜ ହେବା ଭଳି ଜଣେଇ ନାହାନ୍ତି ସୁଶାନ୍ତ ସାହୁ । ନିଖୋଜ ଖବର ଶୁଣି ଦିଗମଙ୍କ ସ୍ତ୍ରୀ ଓ ଦୁଇ ପୁଅ ଚିନ୍ତାରେ ।
ତେବେ ଦିଗାମ ନିଖୋଜ ହେବା ବାବଦରେ ଝାରପୋଖରିଆ ଥାନାରେ ଲିଖୁତ ଅଭିଯୋଗ ଦେବାବାକୁ ଦିଗାମଙ୍କ ସ୍ତ୍ରୀ ଯାଇଥିବା ବେଳେ ଥାନାରେ କାର୍ଯ୍ୟରତ ASI ଅଫିସର ଏହା ଆମ ଥାନା ଅଞ୍ଚଳର ଘଟଣା ନୁହେଁ ବୋଲି କହି ଏଡ଼ାଇବାକୁ ଦେଇଥିଲେ । ତେବେ ବିନୋଦିନୀଙ୍କ ସହିତ ଯାଇଥିବା ଜନୈକ ଯୁବକ ପ୍ରତିବାଦ କରିବାରୁ ଅଫିସର ଜଣକ ଥାନାର କାଯ୍ୟରତ ମହିଳା କନେଷ୍ଟବଳଙ୍କୁ ପଚାରି ଏତଲା
ଗ୍ରହଣ କରିଥିଲେ । ଗତ ସୋମବାର ଦିନ ନିଖୋଜ ହେବା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାପାଳଙ୍କୁ ମେଲ ଯୋଗେ ଜଣେଇବା ସହିତ ସାରସ କଣା ତହସିଲଦାର ଓ BDO ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଦିଗାମ ଭଳି ଜଣେ ଦାଦନ ଶ୍ରମିକ ବାହାର ରାଜ୍ୟରେ ନିଖୋଜ ହେବା ଭଳି ସମ୍ବେଦନ ଶୀଳ ଘଟଣାର ୧୦ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ପୋଲିସ ଘଟଣାକୁ ହାଲକା ଭାବେ ଗ୍ରହଣ କରିବା ବାସ୍ତବରେ ଚିନ୍ତାଜନକ ଓ ଏବାବଦରେ ପଦସ୍ଥ ଉଚ୍ଚ
ଅଧିକାରୀ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।report_ ତପନ କୁମାର ଦଣ୍ଡପାଟ ମୟୁରଭଞ୍ଜ