ନବରଙ୍ଗପୁର : କୁର୍ଲୁ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ଟି ଗଛରେ ଭାରସାମ୍ୟ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଦିଗିସଲପାର ରିତିକ ବିଷୋୟୀ, ଉଦୟପୁରର ରାଜା ଟାକିରି। ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସେମାନେ ହେଲେ ଇନ୍ଦ୍ରାବତୀ ଅଞ୍ଚଳର ସୌମ୍ୟରଞ୍ଜନ ନାୟକ ଓ ଶ୍ରୀପତି କର୍କର। କର୍ପୂରା।ଦିଗିସଲପାରୁ ଦୋଳ ଯାତ୍ରା ଦେଖି ଆଜି ସକାଳେ ଚାରି ସାଙ୍ଗ କାର୍ ଯୋଗେ ନବରଙ୍ଗପୁର ଅଭିମୁଖେ ଆସୁଥିଲେ। କୁର୍ଲୁ ଘାଟିରେ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଆମ୍ବ ଗଛରେ ପଟି ହୋଇଯାଇଥିଲା।