ସୋର; ରାଜନୈତିକ ହିଂସା, ଚେୟାରମେନ ଭୋଟ ନଦେବାରୁ ସମିତି ସଭ୍ୟଙ୍କ ଶଶୁରଙ୍କୁ ଦୋକାନରୁ ଘୋଷାରି ହତ୍ୟା । ଏଭଳି ଏକ ଅମାନୁଷିକ ଘଟଣା ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହିଙ୍କ ନିର୍ବାଚନମଣ୍ଡଳି ରେ ଦେଖିବାକୁ ମିଳିଛି । ଖଇରା ବ୍ଲକ୍ ବଡଜୟପୁର ପଞାୟତର ନବ ନିର୍ବାଚିତ ସମିତି ସଭ୍ୟ ପର୍ବତୀ ସେଠିଙ୍କ ଶଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ବିଜୁ ଜନତା ଦଳର କିଛି କର୍ମୀ ଉପେନ୍ଦ୍ରଙ୍କୁ କାହିଁକି ତାଙ୍କ ବହୁ ବିଜୁ ଜନତା ଦଳର ଚେୟାରମେନ ପାର୍ଥିଙ୍କୁ ଭୋଟ ନଦେଲେ ବୋଲି ପ୍ରଶ୍ନ କରିବା ସହ ତାଙ୍କୁ ଦୋକାନରୁ ଘୋଷାରି ଅମାନୁଷିକ ଭାବେ ମାଡ ମାରିଥିଲେ ।
ଫଳରେ ଉପେନ୍ଦ୍ର ଗୁରୁତର ହୋଇପଡିଥିଲେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତର ଖାନା ନେଇଥିଲେ ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ମୃତ ଉପେନ୍ଦ୍ରଙ୍କ ପୁଅ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ୍ ଶବ ଜବତ କରି ବ୍ୟବଛେଦ କରିବା ପାଇଁ ସୋର ଡାକ୍ତର ଖାନା କୁ ପଠାଇବା ସହ ତଦନ୍ତ କରୁଛନ୍ତି ।ରିପୋର୍ଟ- ସରତ ନାୟକ।ସୋର