ଜଳେଶ୍ୱର ପୌରନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ କିଏ ହାତେଇବ ଜଳେଶ୍ୱର ପୌର ପରିଷଦର ଅଧକ୍ଷ ପଦ ଏ ନେଇ ତିନ ପ୍ରମୁଖ ରାଜନୈତିକ ଦଳମାନେ ଡୋର ଟୁ ଡୋର ଲୋକ ମାନଙ୍କ ପାଖରେ ପହଂଚି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି
ଏପଟେ ବିଜେଡି ତାର ହେବିୱାଟେ ନେତା ତଥା ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଏବଂ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଙ୍କୁ ନେଇ 9ନମ୍ବର ୱାର୍ଡରେ ରୋଡ଼ଶୋହ ସହିତ 9,1,2,ଓ 10ନମ୍ବର ୱାର୍ଡରେ ଜୋରଦାର ପ୍ରଚାର କରିଛି
ଏହି ସଭାରେ ପ୍ରତାପ ଦେବ ମୁଖ୍ୟମନ୍ତ୍ରୀଙ୍କ ଉନ୍ନତିମୂଳକ କାମ ଗୁଡିକ ବକ୍ଷାଣିବା ସହିତ ଚେୟାରମ୍ୟାନ ପ୍ରାଥୀ ସହିତ କାଉନଶିଲର ମାନଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟଦେଇ ଜିତେଇବା ପାଇଁ କହିଥିଲେ ଏହି ସଭାରେ ସଭାପତିତ୍ୱ କରିଥିଲେ ଟାଉନ ସଭାପତି ଶଙ୍କର ଘୋଷ |Report – ନବୀନ ସାହୁ