ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଠାରେ ଥିବା ସିଆର୍ପିଏଫ୍ -୧୨ ବାଟାଲିୟନ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସୀଆରପୀଏଫ ଆଈଜି ସଂଗ୍ରାମ କେଶରୀ ମହାନ୍ତି ଓ କମାଣ୍ଡେଣ୍ଟ କିଶୋର କୁମାରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଶିବିର ରେ ନବରଙ୍ଗପୁର ଜିଲ୍ଲା ସିଆର୍ପିଏଫ୍ ବାଟାଲିୟନ (୧୨) ଲେଫ୍ଟର୍ର୍ଣ୍ଣଣ୍ଟ୍ ରତନ କୁମାର ସିଂ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସ୍ଥାନୀୟ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଫୋର୍ସ ଓ ସାଧାରଣ ଲୋକଙ୍କ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ l
କାର୍ଯ୍ୟକ୍ରମ ଆରମ୍ଭରେ ହାଟଭରାଣ୍ଡି ଓ କୁନ୍ଦେଇ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ନୃତ୍ଯ ପରିବେଷଣ ହୋଇଥିଲା | ଏହି ଅବସରରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳା,ପୁରୁଷ, ଯୁବକ,ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଏହି ଅବସରରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସ୍କୂଲ ବ୍ୟାଗ୍, ଯୁବ ଗୋଷ୍ଠୀ ମାନଙ୍କୁ ରେଡିଓ, ସୋଲାର ଲଣ୍ଠନ ଓ ପାଣି ଡ୍ରମ ବଣ୍ଟନ କରାଯାଇଥିଲା l
ଏହି ଅଂଚଳ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଓ ପ୍ରବଣ ହୋଇ ଥିବାରୁ ଲୋକଙ୍କ ସହ ପୋଲିସ୍ ପ୍ରସାଶନ ଏବଂ ସିଆର୍ପିଏଫ୍ ଯବାନ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିଲା l ଯେଉଁମାନେ ଲକ୍ଷ୍ୟ ଭ୍ରଷ୍ଟ ହୋଇଛନ୍ତି ସେମାନେ ପୂର୍ବ ଭଳି ସମାଜ ର ମୁଖ୍ୟ ସ୍ରୋତ କୁ ଫେରିବାକୁ ଶ୍ରୀ ସିଂ ଆହ୍ୱାନ ଦେଇ ଥିବାବେଳେ ଶ୍ରୀ ସିଂଙ୍କ ସ୍ତ୍ରୀ ଅଲିଭା ଯୋଗ ଦେଇ ସାମଗ୍ରୀ ବଣ୍ଟନ କରିଥିଲେ l