ସୋର: ମଦୁଆ ପୁଅର ଉନ୍ମକ୍ତ କାଣ୍ଡ ଘରେ ଲଗାଇଲା ନିଆଁଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଅଘିରାପଦା ଗ୍ରାମ ପଞ୍ଚାୟତ ର ଚିଞ୍ଚିଡ଼ା ଅସ୍ତ ସାହିରେ ଘଟଣା ରୁ ଜଣାଯାଏ
କେଶୀ ସିଂ ମା ରାଗୁଣୀ ସିଂ ର ୨୫ ବର୍ଷୀୟ ପୁଅ ଦାସରଥି ସିଂ ଅତ୍ୟଧିକ ମଦ ପିଇ ମଦ ନିଶାରେ ଘରେ କେହି ନଥିବା ସମୟରେ ନିଜ ଘରେ ଏକ ଦିଆସିଲି ସାହାଯ୍ୟରେ ଘରେ ନିଆଁ ଲଗାଇ ଦେଇଥିଲେ ବୋଲି ଜଣାଯାଏ ।
ସ୍ଥାନୀୟ ଲୋକମାନେ ଔପଦା ଅଗ୍ନିସମ ବାହିନୀ କୁ ଖବର ଦେଇଥିଲେ ଫଳରେ ଅଗ୍ନିସମ ବାହିନୀ ପହଁଚି ନିଆଁ କୁ ଆୟତ କରିଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା ।
ଘରେ ଥିବା ଆସଭାବପତ୍ର ଏବଂ ପିଲାଙ୍କ ପଢା ବହି ଆଧାର କାର୍ଡ ରାସନ କାର୍ଡ ଭୋଟର ପରିଚୟ ପତ୍ର ଏବଂ ରାଗୁଣୀ ସିଂ ଙ୍କ ବିଧବା ଭର୍ତା ଟଙ୍କା ଚାଉଳ ଜଳିଯାଇଥିବା ଜଣାଯାଇଛି
ପରିବାର ଟି ସମ୍ପୂର୍ଣ ଗରିବ ଶ୍ରେଣୀର ହୋଇଥିବାରୁ ରହିବା ପାଇଁ ଘର ଏବଂ ଆର୍ଥିକ ସହାୟତା ପାଇବା ପାଇଁ ପରିବାର ଲୋକେ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି । ରିପୋର୍ଟ-ଶରତ ନାୟକ