ରାଜନଗର ବିଧାୟକ ଧ୍ରୁବ ସାହୁ ସମେତ ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ନୁତନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଙ୍କୁ ଅଣ୍ଡା ମାଡ଼. ବିଜୟ ଶୋଭାଯାତ୍ରା ରେ ଯାଉଥିବା ସମୟରେ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ଛକ ନିକଟରେ ଅଣ୍ଡା ମାଡ଼ ହୋଇଥିବା ସୂଚନା. ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଫାଣ୍ଡି ସମ୍ମୁଖରେ ଧାରଣା ଦେଲେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଙ୍କ ସହ ଶତାଧିକ ବିଜେଡି କର୍ମୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ ରେ ବସିଲେ .
ସମିତି ସଭ୍ୟ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା ଅମୃତମଣୋହି ପଂଚାୟତ ର ସମିତି ସଭ୍ୟ ଅନ୍ନପୂର୍ଣ୍ଣା ମଲିକ ଙ୍କ ଦୁଇ ପୁଅ ଓ ପେଣ୍ଠପାଳ ସରପଞ୍ଚ ଙ୍କ ପୁଅ ମାଡ଼ ମାରିଥିବା ସହିତ ପ୍ରଦ୍ୟୁମ୍ନ ଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଅଭିଯୋଗରେ ଚଉଦ କୁଲାଟ ଫାଣ୍ଡିରେ ଏତଲା ଦେଲେ ପ୍ରଦ୍ୟୁମ୍ନ.