ନାବାଳିକା ଅପହରଣ ମାମଲା;ନାତୁଣୀ ପାଇଁ କାନ୍ଦିଲେ ଜେଜେମା

ଭଦ୍ରକ- ପୋଲିସର ଖାମଖିଆଲି ନୀତି ପ୍ରତିବାଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ ଜଣାଇଲେ ପରିବାର ଲୋକେ |ସୂଚାନୁଯାଇ ଦୁଇ ମାସ ପୂର୍ବରୁ ଅର୍ଥାତ 30 ଜାନୁଆରୀ ରୁ ଭଦ୍ରକ ସିରାପୁର ଗ୍ରାମର କାଁହ୍ନୁ ଜେନା ପିତା-ଦୁଃଖୀନ ଜେନା ନାମକ ଯୁବକ ଉକ୍ତ ଗ୍ରାମର ଏକ ନାବାଳିକା ମିନା ବାରିକ (ଛଦ୍ମ ନାମ )ଙ୍କୁ ପରିବାର ଲୋକଙ୍କ ସହଯୋଗରେ ଅପହରଣ କରିଥିବା କଥା ନାବାଳିକାଙ୍କ ପରିବାରଲୋକେ ଗ୍ରାମ ଲୋକଙ୍କ ପାଖରୁ ଜାଣିବାକୁ ପାଇଥିଲେ |ଅପହରଣ ଘଟଣାର ପରଦିନ ଅର୍ଥାତ 31 ଜାନୁଆରୀରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ କରିଥିଲେ ପରିବାର ଲୋକେ ଏବଂ ଅଭିଯୋଗ କୁ ଭିତ୍ତିକରି ପୋଲିସ ମଧ୍ୟ ଏକ ନାବାଳିକା ଅପହରଣ ମାମଲା ରୁଜ୍ଜୁ କରିଥିଲା |

କିନ୍ତୁ ପରିତାପର ବିଷୟ ଘଟଣାକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଗ୍ରାମାଞ୍ଚଳ ପୋଲିସ ଖାଲି ମାମଲା ଦାୟର କରି ଚୁପ କରି ବସିରହିଛି ତେବେ ପୋଲିସ ର ଏଭଳି ଖମାଖିଆଲି ନୀତିକୁ ପ୍ରତିବାଦ କରି ଆଜି ପୂରା ପରିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଥିଲେ ଏବଂ ନାବାଳିକାକୁ ଫେରାଇ ଆଣିବା ପାଇଁ କାନ୍ଦି କାନ୍ଦି ନେହୁରା ହୋଇଥିଲେ ଆରକ୍ଷୀ ଅଧିକ୍ଷକଙ୍କୁ ଓ ଆରକ୍ଷୀ ଅଧିକ୍ଷକ ମଧ୍ୟ ତିନିଦିନ ମଧ୍ୟରେ ସମସ୍ୟା ବୁଝିବା ପାଇଁ ପ୍ରତିଶୃତି ଦେଇଥିଲେ |ତେବେ ଦେଖିବାକୁ ରହିଲା କେବେ ନାବାଳିକା ପରିବାରକୁ ନ୍ୟାୟ ପ୍ରଦାନ କରୁଛି ଭଦ୍ରକ ପୋଲିସ ପ୍ରଶାସନ |

Share this…
Share on Facebook

Facebook