ପଦବୀରେ ମହିଳା , ଚଲାଇବେ ପୁରୁଷ

ଡ଼େରାବିଶ; ପଦବୀରେ ମହିଳା , ଚଲାଇବେ ପୁରୁଷ । କହି ଦେଉଛନ୍ତି ଅଧ୍ୟକ୍ଷ, କହୁଛନ୍ତି ଅଧ୍ୟକ୍ଷା । ଏଠି ଦାସ ଆଇଲେ ମୂଳରୁ ଗା ନୀତିରେ ବିଜେଡି ନେତାଙ୍କ ଚାଲିଛି ଶାସନ ଗିରୀ । ପଦବୀରେ ସିନା ମହିଳା ଏଠି ରାଜ କରିବେ ପୁରୁଷ । ଟିକେ ଭଲ କରି ଦେଖନ୍ତୁ ଏ ଭିଜୁଆଲକୁ ଆଉ ଭଲ ଭାବେ କାନ ଡ଼େରି ଶୁଣନ୍ତୁ ।….
ଏଠି ନାୟିକା ଭୂମିକାରେ ଡ଼େରାବିଶ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ମ୍ୟାଡ଼ାମ ଥିବା ବେଳେ କଟ୍ରୋଲ ରୁମଂର ରିମୋଟଂ କିନ୍ତୁ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସରୋଜଙ୍କ ହାତରେ । ସରୋଜ – ସାବିତ୍ରୀଙ୍କ ଲଢେଇରେ ସରୋଜ ବାଜି ମାରିଲେ ମାତ୍ର ଅଧ୍ୟକ୍ଷା ଭାବେ ପ୍ରଭାତୀ ଉଭା ହେଲେ । କିନ୍ତୁ ଜିତାପଟ୍ଟ ପରେ ରବରଷ୍ଟାମ୍ପର ସରକାର ଯେ ପଦାକୁ ଆସିବ ପ୍ରଥମ ଦିନରୁ କିଏ ଜାଣିଥିଲା । ଷ୍ଟାମ୍ପ ସରକାର ତ ଚାଲିଥିଲା ମାତ୍ର ଘର ବୁଡ଼ାଇ ଦେଲା ଗଣମାଧ୍ୟମ । କଳବଳ ପ୍ରୟୋଗ କରି ଜିତିବା ପରେ ଘେରିଗଲେ ସାମ୍ବାଦିକ । ଆଉ ନୂଆ ଅଧ୍ୟକ୍ଷାଙ୍କୁ ସଫଳତାର ପ୍ରଶ୍ନ ପଚାରିବା ବେଳେ ପାଟିରେ ଖନି ମାରି ଯାଇଥିଲା ମ୍ୟାଡ଼ାମଙ୍କର । ଗୋଟାଏ ପଟେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସରୋଜ କାନରେ କହୁଥିଲେ ଅନ୍ୟପଟେ ନୂତନ ଭାବେ ଅଧ୍ୟକ୍ଷା ହୋଇଥିବା ପ୍ରଭାତି ଗଣମାଧ୍ୟମର ଉତର ଦେଉଥିଲେ । ଡ଼େରାବିଶରେ ନେତାଙ୍କର ଏପରି ନୀତିକୁ ନେଇ ସାରା ଜିଲ୍ଲାରେ ଗୋଟାଏ ଚର୍ଚ୍ଚା । ଡ଼େରାବିଶରେ ଶାସନର ଇଂଜିନ ମହିଳାଙ୍କ ହାତରେ କିନ୍ତୁ ଷ୍ଟେରିଂ ପୁରୁଷଙ୍କ ହାତରେ ଥିବା ଅଭିଯୋଗ ହୋଇଛି । ତେବେ ଏହି ଷ୍ଟେରିଂ ଧରିଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସରୋଜ ହୋଇଥିବା ସାରା କେନ୍ଦ୍ରାପଡ଼ାରେ ଚର୍ଚ୍ଚା ହେଉଛି । ମାତ୍ର ଏପରି ସ୍ଥିତିକୁ ଦେଖି ଜଣା ପଡ଼ୁଛି ନବୀନଙ୍କ ମହିଳା ସଂରକ୍ଷଣ କାର୍ଡ଼ ପୁରୁଷଙ୍କ ହାତରେ ଥିବା ସ୍ପଷ୍ଟ ଭାବେ ଦେଖା ଯାଉଛି । କେନ୍ଦ୍ରାପଡ଼ାରୁ ଦଇତାରୀ ଜେନାଙ୍କ ରିପୋର୍ଟ ଅଫତାବ ନ୍ୟୁଜ୍ ।

Share this…
Share on Facebook

Facebook