ଜଳେଶ୍ୱର- ରାଇବଣିଆ ଅଂଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ବାଲି ଚୋରା ଚାଲାଣ ଗତ କିଛି ଦିନ ହେଲା ରାଇବଣିଆ ଅଂଚଳର ରାଜନଗର, ମାକିଡ଼ିଆ, କୁଅଁରପୁର, ବେହେରାସାହି, ଗୁଆଗଡ଼ିଆ ଓ ଦକ୍ଷିଣପ୍ରହରାଜପୁର ଅଂଚଳରୁ ବାଲି ଓଡିଶା ସମେତ
ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି, ଯାହାକୁ ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ ପରେ ରାଇବଣିଆ ପୋଲିସ ପକ୍ଷରୁ ଚଢ଼ାଉ କରି 2ଦିନରେ 5ଚୋରା ବାଲିଭର୍ତି ଟ୍ରାକ୍ଟରକୁ ଜବତ କରି ମାମଲା ରୁଜୁ କରିଥିବା ସହିତ ଗୋଟିଏ ଦୁର୍ଘଟଣା ଘଟେଇଥିବା ଖାଲି ଡମ୍ଫରକୁ ଜବତ କରିଛନ୍ତି କିନ୍ତୁ ଚୋରା ବାଲି ଚାଲାଣ ରୋକିବାରେ ବିଫଳ ହେଇଛନ୍ତି ପ୍ରଶାସନ