ତେଲକୋଇ-ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳର ଶହ ଶହ ହେକ୍ଟର ସଂରକ୍ଷିତ ଜଙ୍ଗଲ।ଜଳୁଛି ପଜଙ୍ଗଲ ଆଉ ସଂଙ୍କଟରେ ବନ୍ୟଯନ୍ତୁ ।ଥମିବାର ନାଁ ଧରୁନି ଜଙ୍ଗଲି ନିଆଁର ପ୍ରକୋପ।ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ପଡାଙ୍ଗ ପଞ୍ଚାୟତ କଳାପାଟ ସଂରକ୍ଷିତ ଜଙ୍ଗଲର ପଡାଙ୍ଗ ଓ ନିପିଣ୍ଡାମଧ୍ୟରେ ଥିବା ବାଉଁସିଆ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି ।ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ମୂଲ୍ୟବାନ ଜଙ୍ଗଲ ।
ଜଙ୍ଗଲ ନିଆଁ ରେ ଜଳିଯାଉଛି ମୂଲ୍ୟବାନ ଶାଳ,ପିଆଶାଳ, ଅଶନ ଭଳି ମୂଲ୍ୟବାନ ଗଛଲତା ।ଜଙ୍ଗଲ ଜଳିବା ଯୋଗୁଁ ଧିରେ ଧିରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।ଜଙ୍ଗଲ ରେ ଥିବା ବାରାହା୍,କୁଟୁରା ସମ୍ବର,ହରିଣ ଆଦି ବନ୍ୟଯନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ୧୦ ଦିନ ହେବ ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲ ରେ ନିଆଁ ର ପ୍ରକୋପ ଜାରି ରହିଛି। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ବିଫଳ ହୋଇଥିବା ଦେଖିବାକୁ ମିଳିଛି।
ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ସ୍କାର୍ଡ,ବନସୁରକ୍ଷା ସମିତି କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କୌଣସୀ ସୁଫଳ ମିଳିପାରୁନାହିଁ। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ରୁ ସର୍ବଗ୍ରାସୀ ନିଆଁ ଯେଭଳି ଭାବରେ ଉଗ୍ର ରୂପ ଧାରଣ କଲାଣି, ବେଳ ଥାଉଁ ଥାଉଁ ବନବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଓ ଅନ୍ୟ ଜୀବଯନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି ।
ରିପୋର୍ଟର-ଜ୍ଞାନ ରଞ୍ଜନ ସାହୁ, ତେଲକୋଇ