ବ୍ରହ୍ମପୁର :ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ସଜବାଜ । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ନିମନ୍ତେ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଚଳିତ ବର୍ଷ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ବ୍ରହ୍ମପୁର କାର୍ଯ୍ୟାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ୧୩ନଂ ୱାର୍ଡରୁ କର୍ପୋରେଟର ପଦବୀ ପାଇ ବିଜୁ ଜନତା ଦଳ ତରଫରୁ ଶ୍ରୀମତୀ ବବି ନାୟକ ଏକ ବିରାଟ ରାଲିରେ ନିଜ ପ୍ରସ୍ତାବିକ ଓ ସମର୍ଥକଙ୍କ ସହିତ ଆସି ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ହାତ ଯୋଡ଼ି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।
ତେବେ ତାଙ୍କର ରାଜନୀତିରେ ଏବଂ ନିଜ ୱାର୍ଡରେ ଦବ୍ ଦବା ରହିଥିବାରୁ ଏହି ନିର୍ବାଚନରେ କଡ଼ା ଟକ୍ଟର ହେଲେ ମଧ୍ୟ ସେ ବିଜୟ ଲାଭ କରିବା ସହ ତାଙ୍କ ସହିତ ଜନ ସମର୍ଥନ ରହିଥିବା ଶ୍ରୀମତୀ ବବି ନାୟକ କହିଛନ୍ତି କି ମୁଁ ୱାର୍ଡ ବାସୀଙ୍କର ସୁଖ ଦୁଃଖରେ ଛିଡ଼ା ହେବି। ଏହାଛଡ଼ା ୧୩ନଂ ୱାର୍ଡର ବିକାଶ ପାଇଁ ଅଧୁରା ଥିବା କାମକୁ ପୁରା କରିବି । ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବି ବିଶେଷ କରି ,ଭର୍ତ୍ତା,ପଟା,ପାନୀୟ ଜଳ, ନିଯୁକ୍ତି, ରାସ୍ତାଘାଟ, ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେବେ ବୋଲି ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଉଛନ୍ତି ।