ବାଲେଶ୍ବର ଜିଲ୍ଲା ସୋର ଥାନା ସାଉଡ ପଞ୍ଚାୟତ ତାଳପାଢି ଗ୍ରାମରେ ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ । ତାଳପାଢି ଗ୍ରାମର ବିଷ୍ଣମୋହନ ବେହେରାଙ୍କ ଘରେ ବିଳମ୍ବିତ ରାତ୍ରି ରେ ବିଦ୍ୟୁତ୍ ସର୍ଟ ସାର୍କିଟ ରୁ ପ୍ରଥମେ ଘରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଘରେ ରୋଷେଇ ରେ ବ୍ୟବହୃତ ହେଉଥିବା ଗ୍ୟାସ୍ ଟାଙ୍କି ମଧ୍ୟ ଫାଟି ଯାଇଥିଲା ।
ଫଳରେ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ କୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡ ରେ ୪ ଟି ଗାଇ,୧୩ ଟି ଛେଳି, ୫ ଟି କୁକୁଡା ସମେତ ଘରେ ପାଳିଥିବା ବିଲାତି ମୁସା ଏବଂ ଲକ୍ଷାଧିକ ଟଙ୍କାର ଅସବାବପତ୍ର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।ରିପୋର୍ଟ- ସରତ ନାୟକ।ସୋର