ଯାଜପୁର ରୋଡ ଥାନା ମୁଣ୍ଡମାଳ ଗାଁରେ ନାବାଳିକା ଝିଅ ଅପହରଣ ଘଟଣା,ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟଳୟର ଦ୍ୱାରସ୍ଥ ହେଲେ ମା।ନାବାଳିକା ମାଙ୍କର ଅଭିଯୋଗ ମୁତାବକ ଗତ ୨୪/୧୨/୨୦୨୧ରେ ମୁଣ୍ଡମାଳ ଗାଁର ନାବାଳିକା ଝିଅ ଟିୟୁସନ ଆସିଥିଲେ । ଏହି ସମୟରେ ସେହି ଗାଁର ଜୈନିକ ଯୁବକ ଅପହରଣ କରିନେଇଥିବା ନାବାଳିକାର ମା ଯାଜପୁର ରୋଡ ଥାନାରେ ଅଭିଯୋଗ କରିଥିଲେ।
ମାତ୍ର ଏହି ଘଟଣାକୁ ୪ ମାସ ବିତିଗଲେବି ଯାଜପୁର ରୋଡ ପୋଲିସ କୌଣସି ଦୃଷ୍ଟି ଦେଉନଥିବା ଆଜି ଅଭିଯୋଗ କରି ନାବାଳିକା ଝିଅର ମା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ଅଭିଯୋଗ କରିଛନ୍ତି। ସେପଟେ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କାରୀ ନବାଳିକା ମାଙ୍କର ଅଭିଯୋଗ ଶୁଣିବା ପରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଏସପି କହିଥିବା କାର୍ଯ୍ୟାଳୟରୁ ସୂଚନା ମିଳିଛି।