ଡେରାବିଶ : ପଞ୍ଚାୟତ ସମିତି ଅଧକ୍ଷ ନିର୍ବାଚନ ତେବେ ଡେରାବିଶ ବ୍ଳକ ଅଧକ୍ଷ ପଦ ନେଇ ଚର୍ଚ୍ଚା ଯୋର ଧରିଥିଲା କାରଣ ଗୋଟେ ପଟେ ପୂର୍ବତନ ବ୍ଲକ ଅଧକ୍ଷ ସରୋଜ ସାହୁ ଥିବା ବେଳେ ଅନ୍ୟ ପଟେ ଥିଲେ ବିଧାୟିକା ସାବିତ୍ରୀ କିନ୍ତୁ ସେଥିରେ ଆଜି ପୂର୍ଣ୍ଣ ଛେଦ ପଡିଛି l ପୁଣି ଚତୃର୍ଥ ଥର ପାଇଁ ବ୍ଲକ ଅଧକ୍ଷ ପଦ ଅକ୍ତିଆର କରିଛନ୍ତି ସରୋଜ l
26ଗୋଟି ପଞ୍ଚାୟତ କୁ ନେଇ କରାଯାଇଥିଲା ନିର୍ବାଚନ କିନ୍ତୁ ଉଭୟ ଙ୍କ ପକ୍ଷରୁ 13, 13 ହେବାରୁ ଧର୍ମ ଗୁଳା ପକାଯାଇଥିଲା ଏହି ଧର୍ମଗୁଳା ମାଧ୍ୟମରେ ସରୋଜଙ୍କ ସମର୍ଥନ ପ୍ରାଥୀନି ଛୋଟୀ ପଞ୍ଚାୟତ ର ପ୍ରଭାତୀ ମଳିକ ସମିତି ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ l
ସମିତି ଅଧକ୍ଷ ପଦ କୁ କିଏ ହାତେଇବା କୁ ନେଇ ସାରା ଜିଲାରେ ଯେଉଁ ଚର୍ଚ୍ଚା ଯୋର ଧରିଥିଲା ତାହା ଆଜି ପୂର୍ଣ୍ଣ ଛେଦ ପକାଇ ସରୋଜ ନିଜ ଅକ୍ତିଆର ନେଇଛନ୍ତି l ସେପଟେ ସରୋଜ ନିଜ ପତିକ୍ରିୟା ରେ କହିଛନ୍ତି ଯେ ଏ ବିଜୟୀ ମୋର ନୁହେଁ ଏ ବିଜୟୀ ଡେରାବିଶ ଜନସାଧାରଣ ଙ୍କର l