ମଣିପୁରରେ ସରକାର ଗଢିବ ବିଜେପି 

ଇମ୍ଫାଲ: ମଣିପୁରରେ ମଧ୍ୟ ସରକାର ଗଢିବ ବିଜେପି।  ରାଜ୍ୟର ମୋଟ୍ ୬୦ଟି ଆସନରୁ ବିଜେପି ୩୨ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ସହ ମେଣ୍ଟ ଦଳ ୫ଟି ଆସନ ପାଇଛି। ସେହିପରି ଜେଡିୟୁ ୬ଟି, ଆଇଏନଡି ୩ଟି, କେପିଏ ୨ଟି , ଏନପିଏଫ ୫, ଏନପିଏସ ୭ ଏବଂ ସ୍ୱାଧୀନ ୩ଟି ଆସନ ପାଇଛନ୍ତି। ସରକାର ଗଢିବାକୁ ଏଠାରେ ମ୍ୟାଜିକ୍ ନମ୍ବର ୩୧ ଥିବା ବେଳେ ବିଜେପି ୩୨ଟି ଆସନ ପାଇ ସଂଖ୍ୟା ଗରିଷ୍ଠ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ  ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ । ୨୦୧୭ରେ ୨୮ଟି ଆସନ ଜିତି ସରକାର ଗଢିଥିବା କଂଗ୍ରେସ ଏଥର ଚତୁର୍ଥ ସ୍ଥାନକୁ ଖସି ଆସିଛି। ସେପଟେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଗ୍ରହଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜନତାଙ୍କ ଜନାଦେଶକୁ ସେ ସମ୍ମାନର ସହ ଗ୍ରହଣ କରୁଥିବା ଟ୍ୱିଟ୍ କରିଛନ୍ତି ।

Share this…
Share on Facebook

Facebook