ବିଜୁଳି ନଥିବା ରୁ ହଷ୍ଟେଲ ଛାଡିଲେ କ୍ରୀଡ଼ା ଛାତ୍ରବାସ

ମାଲକାନଗିରି ଜିଲ୍ଲାର ଏକ ମାତ୍ର କ୍ରୀଡ଼ାଛାତ୍ର ବାସ ରେ ବିଜୁଳି ବିଲ ବାକି ଥିବା ଦର୍ଶାଇ ଦୀର୍ଘ ୧୦ ଦିନ ହେଲା ବିଜୁ କାଟ କରିଛି ଟା ଟା ପାୱାର ଯାହା ଫଳ ରେ ରହୁଥିବା ଛାତ୍ର ମାନେ ନାନା ଅସୁବିଧା ରୋ ସମୁଖୀନ ହେଉଛନ୍ତି, ବିଶେଷ କରି ଦଶମ ଶ୍ରେଣୀ ଛାତ୍ର ମାନେ ପାଠ ପଢିବାଡ଼ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା ରୁ ବାଧ୍ୟ ହେଇ ହଷ୍ଟେଲ ଛାଡି ନିଜ ନିଜ ଗ୍ରାମ କୁ ଯାଇଥିବା ଦେଖିବାକୁ ମିଳିଛି ।

ଏହି ସମୟରେ ଜିଲ୍ଲା କ୍ରଡାଅଧିକାରି ଛାତ୍ର ମାନଙ୍କୁ ବୁଝାଇ ହଷ୍ଟେଲକୁ ଫେରାଇ ନବାରେ ଅସଫଳ ହୋଇଥିବା ଦେଖିବାକୁ ମିଳିଛି । 2012 ମସିହା ଠାରୁ ଆଯିପର୍ଯନ୍ତ ଥିବି ବିଜୁଳି ବିଲ୍ ପୈଠ କରାଯାଇନଥିଲା କିଛିମାସ ତଳେ 19ଲକ୍ଷ75ହଜାଟଙ୍କାର ବିଲ୍ ପୈଠ କରାଯାଇଛି ପୁଣି ଆଉ 30ଲକ୍ଷ ଟଙ୍କାର ବିଜୁଳି ବିଲ୍ ବାକି ରହିଛି

ଏହି ଟଙ୍କା ପୈଠ ନକରିବା କାରଣରୁ ବିଜୁଳି କଟାଯାଇଥିବା ମାନିଛନ୍ତି ଜିଲ୍ଲା କ୍ରୀଡ଼ାଅଧିକାରି ଏବିଷୟରେ କ୍ରୀଡ଼ା ବିଭାଗକୁ ବାରମ୍ବାର ଅଭିଯୋଗ କଲାପରେବି କୌଣସି ସମସ୍ୟାର ସମାଧାନ ହୋଇପାରୁନାହି କହିଛନ୍ତି ଜିଲ୍ଲା କ୍ରିଡାଅଧିକାରୀ । ମାଲକାନଗିରି ଜିଲ୍ଲାର ଉନ୍ନୟନକାମ ଦାଇତ୍ବରେ ନିଜେ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ରହିଛନ୍ତି । ଏଠି ପ୍ରସନ୍ନ ଉଠୁଛି ଯେଉଁଠି ପାଠ ପଢିବାକୁ ବିଜୁଳି ଆଲୋକ ମିଳି ପାରୁ ନାହିଁ ସେଇଠି କ୍ରୀଡା କୁ ନେଇ କି ପରି ଭବିଷ୍ୟତ ଗଢିବେ ତା ଷ୍ପଟ ବାରିହଉଛା ।
ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook