ସୋର- ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ10ବର୍ଷ ଧରି ଲୁହା ଶିକୁଳିରେ ବନ୍ଧା ହେଇ ରହିଛି 27 ବର୍ଷ ର ଭେଣ୍ଡିଆ ପୁଅ ।ଏପଟେ 20 ବର୍ଷ ର ଝିଅ ମଧ୍ୟ ପାଗିଳି ହୋଇ ଏଣେ ତେଣେ ବୁଲିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ବ୍ଲକ ନହଙ୍ଗ ପଂଚାୟତ ସେରପୁର ଗ୍ରାମରେ।ଗୋପୀନାଥ ସେଠି ସେ ଜଣେ ଦୀନ ମଜୁରିଆ ଖଟିଲେ ଚୁଲି ଜଳିବ ନହେଲେ ନାହିଁ ,ସ୍ତ୍ରୀ ତୁଳସୀ । ଗୋଟିଏ ପୁଅ,ଦୁଇଟି ଝିଅକୁ ନେଇ ସଂସାର । ଭଗବାନ ପରା ଦାଉ ସାଜିଛନ୍ତି ।ପରିବାର ର ଏକ ମାତ୍ର ପୁଅ ଜଗତା ନନ୍ଦ । ପିଲା ବେଳୁ ସେ ଭଲଥିଲା ,ବୟସ ବଢ଼ିବା ସହ ଶରୀର ପରିବର୍ତନ ଘଟିବା ଆରମ୍ବ ହେଇଥିଲା। କିନ୍ତୁ ବିଧିର ବିଧାନ ଏମିତି ହେଲା ଯେ ,କ୍ରମସ ଘରର ଆସଭାଵ ପତ୍ର ଭଙ୍ଗାରୁଜା ,ଏଣେ ତେଣେ ଦୌଡ଼ିବା ଆରମ୍ବ କରିଥିଲା।
ଅନେକ ପଇସା ଖର୍ଚ୍ଚ କରି ଡାକ୍ତର ଙ୍କୁ ଦେଖାଇଥିଲେ ମଧ୍ୟ କିଛି ବି ସୁଧାର ଆସିନଥିଲା। ବଡ ଡାକ୍ତରଖାନା କୁ ନେବାପାଇଁ ପାଖରେ ଅର୍ଥ ମଧ୍ୟ ଦାଉ ସାଜିଲା। ବାପା, ମା ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ଗୋଡ଼ରେ ପକାଇ ଦେଲେ ଲୁହାର ଶିକୁଳି । ଏମିତି 10 ବର୍ଷ ଧରି ବନ୍ଧି ଜୀବନ କାଟୁଛନ୍ତି ଜଗତାନନ୍ଦ ।ସେତିକି ରେ ପରିବାର ର ଦୁଃଖ ସରିନଥିଲା ।ଝିଅ ଚନ୍ଦ୍ରିକା ର ମଧ୍ୟ ଠିକ ଭାବେ ଭଲ ପାଠ ପଢୁଥିଲା ।
ସେବୀ ଧୀରେ ଧୀରେ ସେଇ ଏକା ଅବସ୍ଥା ଭିତରେ ଗତି କରିଲା । ଏବେ ଗୋପୀନାଥ ପରିବାର ପ୍ରତିପୋଷଣ ପାଇଁ ଅକ୍ଷମ । ଦୁଇ ପୁଅ,ଝିଅ ଙ୍କ ଏପରି ଅବସ୍ଥାରେ ପରିବାର ର ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଯଦି କୌଣସି ବଦାନ୍ୟ ବେକ୍ତିକିମ୍ବା ସାମାଜିକ ସଂଗଠନ ସାହାଯ୍ୟ ର ହାତ ବଢାନ୍ତେ ତାହାଲେ ପୁଅ,ଝିଅ ଙ୍କ ଚିକିତ୍ସା ହେଇ ପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।ରିପୋର୍ଟ-ଶରତ ନାୟକ