ଉଠା ଜଳସେଚନ ପ୍ରକଳ୍ପର ମୁକୁଳା ତାର ଜୀବନ ନେଲା

କାମାକ୍ଷାନଗର: ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ବିଦ୍ୟୁତ୍‌ ଆଘାରେ ଯୁବକଙ୍କ ମୃତ୍ୟୁ ଘଟିଛି! ଆଜି ଏପରି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ମୁକୁଳା ପଡ଼ିଥିବା ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଭୁବନ ଥାନା ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁ ପବିତ୍ର ମଲ୍ଲିକ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଉଥିଲେ। ନଦୀ କୂଳରେ ଥିବା ଉଠା ଜଳସେଚନ ପ୍ରକଳ୍ପର ମୁକୁଳା ତାର ସଂସ୍ପର୍ଶରେ ସେ ଆସି ଯାଇଥିଲେ। ଫଳରେ ଚେତା ହରାଇ ତଳେ ପଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କାମାକ୍ଷାନଗର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

Share this…
Share on Facebook

Facebook