ପୁରୀ: ମାର୍ଚ୍ଚ ୮ତାରିଖ ଦିନ ସାରା ଦେଶରେ ବିଶ୍ୱ ମହିଳା ଦିବସ ପାଳିତ ହେଉଥିବା ବେଳେ ପିପିଲି ନିକଟ ଭୁଇଁଗୁଣ ଗ୍ରାମରେ ଜାଗୃତି ସାସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର ପୁରୀ ମିଳିତ ଆନୁକୁଲ୍ୟରେ ଏହି ଦିବସକୁ ପାଳନ କରାଯାଇଛି । ଜାଗୃତି ସାସ୍କୃତିକ ଯୁବ ସଂଗଠନ ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପିପିଲି ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଚିସ୍ମିତା ବେହେରା ଯୋଗଦେଇ ମହିଳା ସଶକ୍ତି କରଣ ଉପରେ ଆଲୋକପାତ କରିଥିଲେ ।
ଏଥିସହ ସମ୍ମାନିତ ଅତିଥି ଭାବେ ଯୁବ ପ୍ରତିଭା ତଥା ଡାକ୍ତରୀ ଛାତ୍ରୀ ପୂଜାରାଣୀ ନାୟକ , ସମାଜସେବୀ ସୁଚିତ୍ରା ବିଶ୍ୱାଳ ଓ ଶ୍ରୀମତୀ ପ୍ରଣତୀ ଯୋଗଦେଇ ମହିଳା ମାନଙ୍କ ସ୍ୱାବଲମ୍ବୀ ଓ ସ୍ୱାଭିମାନ ର ବାର୍ତା ଦେଇ ଉପସ୍ଥିତ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।
ମହିଳା ମାନେ ସବୁ କ୍ଷେତ୍ରରେ ଅଗ୍ରସର ହେବା ଆବଶ୍ୟକ ବୋଲି ସମସ୍ତ ଅତିଥିମାନେ ମତବ୍ୟକ୍ତ ପ୍ରକାଶ କରିଥିଲେ । ଏଥିସହ ଉପସ୍ଥିତି ମହିଳା ମାନଙ୍କୁ ନେଇ ଭାରତ ସରକାରଙ୍କ ଆତ୍ମ ନିର୍ଭର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା ।କାର୍ଯ୍ୟକ୍ରମରେ ସ୍ଥନୀୟ ଅଂଚଳରୁ ଶତାଧିକ ମହିଳା ମାନେ ଯୋଗଦେଇଥିଲେ ।