୧୧ ବାଲି ମାଫିଆ ଗିରଫ;୧୦ ଟ୍ରକ ଜବତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବ୍ରାହ୍ମଣୀ ନଦୀ କୂଳରେ ଥିବା ସରାଙ୍ଗ ଗାଁ ବେଆଇନ ବାଲି ଘାଟରେ ସ୍ଥାନୀୟ ତହସିଲଦାର ଓ ପୋଲିସର ମିଳିତ ଚଢ଼ାଉ ହୋଇଛି। ଚଢ଼ାଉରେ ଗୋଟିଏ ପିସି ମେସିନ ,୧୦ ଟି ବାଲି ବୋଝେଇ ଟ୍ରକ ଜବତ କରିବା ସହ ୧୧ ଜଣ ବାଲି ମାଫିଆକୁ ଗିରଫ କରାଯାଇଛି । ଏହି ବାଲି ମାଫିଆ ମାନେ ଦୀର୍ଘଦିନ ଧରି ବେଆଇନ ବାଲି ଚାଲାଣରେ ସକ୍ରିୟ ଥିଲେ ।

ଫଳରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ ହେଉଥିଲା । ଆଗାମୀ ଦିନରେ ବ୍ରାହ୍ମଣୀ ନଦୀ ଘାଟରେ ଥିବା ସମସ୍ତ ବେଆଇନ ବାଲି ଘାଟର ପର୍ଦ୍ଦାଫାସ ହେବ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି ।

Share this…
Share on Facebook

Facebook