ଭଂଜନଗର -ସହୀଦ ବି .ଏସ. ଏଫ ଜବାନ ଙ୍କ ପୁଥକ ଶରୀର ନିଜ ଗାଁ ଗାଲେରି ରେ ପହଞ୍ଚି ବା ପରେ ଗାଡ ଅଫ ଅନର ଦିଆଜାଇ ଶବଦାହ କରାଜାଇଛି।ତାରାସିଂଙ୍ଗ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମର bsf ଯବାନ ଙ୍କ ମୃତ୍ୟୁ ଖବର କୁ ନେଇ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ମୃତକ ଗାଲେରୀ ଗ୍ରାମ ର ରବୀନ୍ଦ୍ର ନାଥ ସାହୁ, ସେ 1994ସସିହା ରୁ bsf ରେ ଯୋଗଦାନ କରିଥିଲେ, ବର୍ତ୍ତମାନ ତ୍ରିପୁରା ରେ ଚାକିରୀ କରୁଥିଲେ, ନିର୍ବାଚନ କାର୍ଯ୍ୟ ରେ ଗତ ଫେରୁଆରୀ ମାସ ପ୍ରଥମ ସପ୍ତାହ ରେ ମଣିପୁର ଯାଇଥିଲେ, ୭ ତାରିଖ ରେ ହଠାତ ତ୍ରିପୁରା bsf ଅଫିସ ରୁ ଫୋନ ଯୋଗେ ପରିବାର ଲୋକଙ୍କୁ ରବୀନ୍ଦ୍ର ଙ୍କ ମୃତ୍ୟୁ ଖବର ଜଣାଇ ଦିଆଗଲା,
ଖବର ପାଇବା ପରେ ନିଜ ଗ୍ରାମରେ ପରିବାର ଲୋକ ପହଂଚି ମୃତଦେହ କୁ ଅପେକ୍ଷା କରିଥିଲେ l କିନ୍ତୁ କେଉଁ କାରଣ ରୁ ରବୀନ୍ଦ୍ର ଙ୍କ ମୃତ୍ୟୁ ଘଟିଛି ତାହା ଜଣା ଯାଇନାହିଁ। ଆଜି ରବିନ୍ଦ୍ର ଙ୍କ ମୃତ ଶରିର ନିଜ ଗା ଗାଲେରି ରେ ପହଞ୍ଚିବା ପରେ ଗାର୍ଡଅଫ ଅନର ଦିଆଜାଇ ଜବାନଙ୍କ ଶବ ଦାହ ହୋଇଜାଇଛି l ଏପଟେ ପରିବାର ଲୋକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି।