ଆନନ୍ଦପୁର -୨୦ ନଂ ଜାତୀୟ ରାଜପଥ ଆନନ୍ଦପୁର ବେଲବାହାଳି ବାଇପାସ ପାଖ ଏକ ଢାବା ଆଗରୁ ବାଇକ୍ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଢାବାରେ ଲାଗିଥିବା ସିସିଟିଭିରେ ଲୁଟ ସମୟର ପୁରା ଚିତ୍ର କଏଦ ହୋଇଛି । ଏନେଇ ଲୁଟ୍ର ଶିକାର ହୋଇଥିବା ଯୁବକ ଘଷିପୁରା ଥାନାରେ ଏକ ମାମଲା ରୁଜୁ କରିବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ ଭଦ୍ରକର ଲକ୍ଷ୍ମୀ ଅଟୋ ସିଣ୍ଡିକେଟରେ କଲେକ୍ସନ୍ ଏଜେଣ୍ଟ ଭାବେ କାମ କରୁଥିବା ସୁଶାନ୍ତ ପଣ୍ଡା ଆଜି କ୍ୟାସ କଲେକ୍ସନ୍ ପାଇଁ ଆନନ୍ଦପୁର ଆସିଥିଲେ । କେତେକ ଅଟୋ ମୋବାଇଲ ଦୋକାନରୁ ବକେୟା ଟଙ୍କା ନେବା ପରେ ବାଇକ ଡିକିରେ ଟଙ୍କା ରଖି ସେହି ଢାବାକୁ ଖାଇବାକୁ ଯାଇଥିଲେ। ଏହି ସମୟରେ ଏକ ଗ୍ଲାମର ଗାଡ଼ିରେ ୨ଜଣ ଦୁର୍ବୃତ୍ତ ଆସି ନକଲି ଚାବିରେ ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଥିଲେ। ଯାହା ପରେ ଢାବା ସିସିଟିଭି ଯାଞ୍ଚ କରାଯିବା ପରେ ସ୍ପଷ୍ଟ ହୋଇଛି।
ଆନନ୍ଦପୁର ରୁ ବିଶ୍ୱଜିତ ଆଚାର୍ଯ୍ୟଙ୍କ ରିପୋର୍ଟ ଅଫ୍ତାବ୍ ନ୍ୟୁଜ୍।