ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଷଠିପୁର-ସଦର ମହକୁମା ମୁଖ୍ଯରାସ୍ତାର ମାଧପୁର ଛକ ନିକଟରେ ମର୍ମାନ୍ତୁଦ ସଡକ ଦୁର୍ଘଟଣା। 407 ମିନିଟ୍ରକ୍ ଧକ୍କାରେ ଦମ୍ପତ୍ତିଙ୍କ ମୃତ୍ୟୁ। ଦୁର୍ଘଟଣା ଘଟାଇଥିବା ଗାଡିଟି ରାସ୍ତା ତଳକୁ ପଲଟିଲା। ମୃତ ଦମ୍ପତ୍ତି ହେଲେ ପ୍ରଫୁଲ୍ଲ ଦାସ ଓ କୁନି ଦାସ। ମୃତକ ଦୁଇଜଣ ପାଣିକୋଇଲି ଥାନା ଓଚିନ୍ଦା ଅଞ୍ଚଳର। ପାଦରେ ଚାଲିଚାଲି ରାଜପଥ ଅତିକ୍ରମ କରୁଥିବା ବେଳେ ଘଟିଛି ଦୁର୍ଘଟଣା।
407 ଗାଡିଟି ଆଉ ଏକ ଗାଡିକୁ ଓଭରଟେକ କରୁଥିବା ବେଳେ ଭାରସାମ୍ଯ ହରାଇ ଦମ୍ପତ୍ତିଙ୍କ ଉପରେ ମାଡିଯାଇଥିଲା। ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।