ମାଲକାନଗିରି ଜିଲ୍ଲାରେ ଶେଷ ହୋଇଛି ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଜିଲ୍ଲାର ଗୋଟିଏ ପୌର ପରିଷଦ ଓ ଗୋଟିଏ ଏନଏସି ସବୁଠି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ତେବେ ନାମାଙ୍କନ ଦାଖଲର ଶେଷ ଦିନ ତିନି ପ୍ରମୁଖ ଦଳର ପାର୍ଥି ବିଶାଳ ଶୋଭାଯାତ୍ରା ରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାର ମାଲକାନଗିରି ପୌର ପରିଷଦ ରେ 19 ଟି ୱାର୍ଡ ଓ ବାଲିମେଲା ବିଜ୍ଞାପିତ ଅଂଚଳ ପରିଷଦର 12 ଗୋଟି ୱାର୍ଡ ରେ ପାର୍ଥିପତ୍ର ଦାଖଲ ସରିଛି । ଆସନ୍ତା ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି . ହୋଇଥିବାରୁ ଜିଲ୍ଲାର ତିନି ହାଇ ଭୋଲ୍ଟେଜ ପ୍ରାଥୀ ଚେୟାରମ୍ୟାନ ପଦପାଇଁ ପ୍ରାଥୀ ପତ୍ର ଦାଖଲ କରିଛନ୍ତି । ତେବେ ଜିଲ୍ଲାରେ ପଂଚାୟତ ନିର୍ବାଚନ ରେ 15 ଟି ଜିଲ୍ଲା ପରିଷଦ ମଧ୍ୟରୁ 12 ଟି ଜିଲ୍ଲା ପରିଷଦ ହାସଲ କରିଥିବା ବିଜେଡି ଦଳୀୟ ପ୍ରାଥୀ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ପଂଚାୟତ ନିର୍ବାଚନରେ 3 ଟି ଜିଲ୍ଲା ପରିଷଦ ଆସନ ଆଣି ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଦଳୀୟ ପ୍ରାଥୀ ମଧ୍ୟ ସରକାରଙ୍କ ବିଫଳତା ସହ ନିଜ ଦଳ ଶାସନ ସମୟରେ ଥିବା ସୁଫଳତାକୁ ନେଇ ମୈଦାନକୁ ଆହ୍ଲାଇଛି
– ତେବେ ପଂଚାୟତ ନିର୍ବାଚନରେ ଖାତା ଖୋଲି ନଥିବା ବିଜେପି ଦଳ ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ ମୁଦା କରି ନିର୍ବାଚନ ଲଢ଼ିବାକୁ ବାହାରିଛି । ତେବେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପ୍ରାଥୀ ପତ୍ର ଦାଖଲ ସୁରୁଖୁର ଓ ଶାନ୍ତି ସୁଙ୍ଖଳାରେ ଚାଲିଛି ବୋଲି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ପ୍ରକାଶ କରିଛନ୍ତି ।
ତେବେ ଜିଲ୍ଲାରେ ଥିବା ଏହି ତିନି ହାଇ ଭୋଲ୍ଟେଜ ପ୍ରଥୀଙ୍କ ମଧ୍ୟରୁ ଲୋକେ କାହାକୁ ନିଜର ପୋୖରାଞ୍ଚଳର ଅଧକ୍ଷ ରୂପେ ଦେଖିବେ ତାହା ନିର୍ବାଚନ ପରେ ହିଁ ଜଣା ପଡିବ । ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି