ମୟୂରଭଞ୍ଜ ଜିଲ୍ଲାରେ 4ଟି ସବଡିଭିଜନ ର ୨ଟି ଏନଏସି ଏବଂ ୨ଟି ମ୍ୟୁନିସିପାଲଟିରେ ଚେୟାରମ୍ୟାନ ଏବଂ କାଉନସିଲର ପାଇଁ ନାମାଙ୍କନ ପତ୍ର ଦାଖଲ ର ଅନ୍ତିମ ଦିନ। ଅଞ୍ଚଳର ବିକାଶର ଧାରାକୁ ଆଗେଇ ନେବାକୁ ସ୍ଵପ୍ନ ଦେଖାଇହେବାର ମହାସଂଗ୍ରାମ। ବାରିପଦାର ୨୮ଟି ବ୍ବାର୍ଡରେ ସ୍ଵାଧୀନ ଏବଂ ବିଭିନ୍ନ ଦଳର ପ୍ରାର୍ଥୀ ପୌରାଧକ୍ଷ ଏବଂକାଉନ ସେଲର ପ୍ରାଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବା ପରେ ନିଜ ନିଜର ଭାଗ୍ୟ ପରୀକ୍ଷା କରି ରାଜନୀତି ମଇଦାନରେ ପାଦ ପକାଇ ସାରିଛନ୍ତି। ପ୍ରତ୍ୟେକ ଦଳ ନିଯ ନିଯ ପ୍ରାଥୀ ଙ୍କୁ ନେଇ ବିଶାଳ ପଟୁଆରରେ ପୌରପରିସଦ କାର୍ଯ୍ୟାଳୟ ପହଂଚି ଥିଲେ।ବିଜେଡି ଦଳପକ୍ଷରୁ ପୌରାଧକ୍ଷ ପ୍ରାଥୀ ଭାବରେ କୃଷ୍ନାନନ୍ଦ ମହାନ୍ତି,ବିଜେପି ରୁ କବି ବିଷ୍ଣୁ ଶତପଥି,କଂଗ୍ରେସ ରୁ ଯୋଗେଶ ଅଗ୍ରୱାଲ,ଜେ ଏମ ଏମ ଦଳରୁ ଚନ୍ଦନ ସେଜପଡା ଆଜି ପ୍ରାଥୀ ପତ୍ର ଦାଖଲ କରିଥିବାବେଳେ, ଜନତା ଜନାର୍ଦ୍ଦନ କାହାର ଭାଗ୍ୟ ଲେଖୁଛି ତାକୁ ସମସ୍ତଙ୍କ ଅପେକ୍ଷା।
ଅନ୍ୟ ପକ୍ଷରେ ଗତ ପୌର ନିର୍ବାଚନ ରେ ସବୁ ରାଜନୈତିକ ଦଳ ଦେଖାଇଥିବା ସ୍ଵପ୍ନ ଏ ଯାଏ ପୂରଣ ହୋଇ ନାହିଁ। ଯାହା ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି। ହେଲେ ଏହି ନିର୍ବାଚନରେ ଏକ ସ୍ଵଚ୍ଛ ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଜର ମୂଲ୍ୟବାନ ମତଦାନ ଦେଇ ଜୟ ଯୁକ୍ତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ତେବେ ପୌରନିର୍ବାଚନରେ କିଏ ବିଜୟର ମୁକୁଟ ପିନ୍ଧୁଛି ତାହା ସମୟ କହିବ।