ପିପିଲି ଏନଏସି ରେ ୫ଜଣ ଅଧ୍ୟକ୍ଷ ପଦ ସହ ୪୪ପ୍ରାର୍ଥୀଙ୍କ ନାମଙ୍କନ ଦାଖଲ

ରାଜ୍ୟ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ର ଶେଷ ଦିନ ପିପିଲି ଏନଏସି ରେ ୫ଜଣ ଅଧ୍ୟକ୍ଷ ପଦ ସହ ୪୪ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କେବଳ ୧୪ ନଂ ୱାର୍ଡ ରେ ବିଜେଡି ଦଳ ବ୍ୟତିତ ଅନ୍ୟ କେହି ପ୍ରାର୍ଥୀ ଦେଇ ନଥିବା ବେଳେ ୧୪ନଂ ୱାର୍ଡ ଆଦିବାସୀ ମହିଳା ସଂରକ୍ଷଣ ଥିବାରୁ ବିଜେଡି ପକ୍ଷରୁ ଲିଲିତା ପାତ୍ର ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦି ପ୍ରାର୍ଥୀ ହୋଇଛନ୍ତି । ସେପେଟେ ଅଧ୍ୟକ୍ଷ  ପଦ ପାଇଁ ପୁର୍ବରୁ ବିଜେଡି  ଦଳରେ ଦଳୀୟ ଟିକଟ ପାଇଁ ଛକାପଞ୍ଝା ଓ ବାଦ ବିବାଦ ଲାଗିଥିବା ବେଳେ ଆଜି ସୃଙ୍ଖଳାର ସହ ସବୁ ଦଳର ପ୍ରାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ  ସପନ କୁମାର ନନ୍ଦଙ୍କୁ ପ୍ରଦାନ କରିଛନ୍ତି ।  ପିପିଲି ଏନଏସି ପାଇଁ ବିଜେପି ଦଳ ପକ୍ଷରୁ ଚର୍ଚ୍ଚା ରେ ପୂର୍ବତନ ଏନଏସି ଉପାଧ୍ୟକ୍ଷ ତଥା ବିଜେପି ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ଭଟ୍ଟଙ୍କୁ ବିଜେପି ଅଧ୍ୟକ୍ଷ ପଦ ଭାବେ ଚୟନ କରିଛି ।  ନାମାଙ୍କନ ର ଶେଷ ଦିନରେ ଶ୍ରୀ ସୁକାନ୍ତ କୁମାର ଭଟ୍ଟ ତାଙ୍କ ସମସ୍ତ କର୍ମୀ ମାନଙ୍କ ସହ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ ଙ୍କ  ଉପସ୍ଥିତିରେ ସେ ତାଙ୍କର ପ୍ରାର୍ଥୀପତ୍ର  ଦାଖଲ କରିଛନ୍ତି । ଏହା ସହିତ ବିଜେପି ତରଫରୁ ପିପିଲି ଏନଏସି ର ବିଭିନ୍ନ ୱାର୍ଡ ପାଇଁ କାଉନସିଲର ପଦ ପାଇଁ ପ୍ରାର୍ଥୀ ମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି ।

 

ସେହିଭଳି ବିଜେଡି ଦଳ ମଧ୍ୟ ଆଜି ଶେଷ ଦିନରେ ଅଧ୍ୟକ୍ଷ ପଦ ସହ ଏନଏସିର ୱାର୍ଡ ପ୍ରାର୍ଥୀ ଚୟନ କରି ସେମାନଙ୍କ ନାମାଙ୍କନ ଦାଖଲ କରିଛି । ପୂର୍ବତନ ଏନଏସି ଅଧ୍ୟକ୍ଷ ସେକ୍ ବାବୁ  ଙ୍କୁ ପୁଣି ଥରେ ବିଜେଡି ଦଳ ଅଧ୍ୟକ୍ଷ  ପଦ ନିମନ୍ତେ ଚୟନ କରିଛି । ଯଦିଓ ବିଜେଡି ଭିତରେ ପୂର୍ବତନ ପିପିଲି ବିଧାୟକ ଯୁଧୀଷ୍ଟିର ସାମନ୍ତରାୟ ଙ୍କ ପୁଅ  ପ୍ରିୟବ୍ରତ ସାମନ୍ତରାୟ ଙ୍କ ନାମ ଅଗ ଧାଡିରେ ଥିଲା କିନ୍ତୁ ଗୋଟିଏ ରାତିରେ ହିଁ ବିଜେଡି ତାର ରଣନୀତି ପରିବର୍ତନ କରି ସେକ୍ ବାବୁ ଙ୍କୁ  ଦଳୀୟ ଟିକେଟ ଧରାଇଛି । ଆଜି ଶେଷ ଦିନରେ ବିଜେଡି ପ୍ରାର୍ଥୀ ସେକ ବାବୁ  ତାଙ୍କ ଦଳୀୟ ସମର୍ଥକ ଓ ଷ୍ଟାର ପ୍ରଚାରକ  ପ୍ରିୟବ୍ରତ ସାମନ୍ତରାୟଙ୍କ ସହ ପିପିଲି ବିଜେଡି କାର୍ଯ୍ୟାଳୟ ଠାରୁ ପଟୁଆର ରେ ବାହାରି ପିପିଲି ଏନଏସି କୁ ଆସିଥିଲେ । ସେଠାରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ବରିଷ୍ଠ ବିଜେଡି କର୍ମୀ ମାନଙ୍କ ଉପସ୍ଥିତିରେ ସେକ୍ ବାବୁ ତାଙ୍କ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏଥିସହ  ୧୪ଟି ୱାର୍ଡର ପ୍ରାର୍ଥୀ ମାନେ ମଧ୍ୟ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

 

ସେହିଭଳି କଂଗ୍ରେସ ମଧ୍ୟ ଶେଷ ଦିନରେ ୩ଜଣଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛି  । ଆଗରୁ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ସହ ୯ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଥିବା ବେଳେ ଆଜି ଶେଷ ଦିନରେ ୩ଜଣଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେପଟେ ଆମ ଆଦମୀ ପାର୍ଟି ପକ୍ଷରୁ ପିପିଲି ଏନଏସି ରେ ଅଧ୍ୟକ୍ଷ ପଦ ପାଇଁ ବାଦଲ ଖାନ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ କହିଛନ୍ତି ।

 

ତେବେ ପିପିଲି ରେ ପଞ୍ଚାୟତ ପଲିଟିକ୍ସ ପରେ ଏବେ ପୌର ନିର୍ବାଚନ  ପାଳି ଆସିଛି । ଏଥରେ ବିଜେଡି ବାଜିମାତ୍ କରୁଛି ନା  ଏନଏସି ରେ ପଦ୍ମ ଦଖଲ କରୁଛି ତାହା ଏବେ ଦେଖିବାକୁ ବାକି ରହିଲା ।

Share this…
Share on Facebook

Facebook

Leave a Reply

Your email address will not be published. Required fields are marked *