ନୂଆଦିଲ୍ଲୀ: ଗୋଆ ବିଧାନସଭା ନିର୍ବାଚନର ଏକଜିଟ ପୋଲ ଫଳାଫଳ ସାମ୍ନାକୁ ଆସିଛି। ଏକଜିଟ ପୋଲ ଅନୁଯାୟୀ, ବିଜେପିକୁ କଡ଼ା ଟକ୍କର ଦେବ କଂଗ୍ରେସ। ସେହିପରି ମମତା ବାନାର୍ଜୀଙ୍କ ଟିଏମସି ଏଠାରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ।
ଗୋଆର ୪୦ ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧। ହେଲେ କୌଣସି ଦଳ ମ୍ୟାଜିକ ନମ୍ବର ହାସଲ ନ କରିପାରନ୍ତି। ଇଟିଜି ରିସର୍ଚ୍ଚ ଅନୁଯାୟୀ ବିଜେପି ୧୭ରୁ ୨୦, କଂଗ୍ରେସ ୧୫ରୁ ୧୭, ଟିଏମସି ୩ରୁ ୪ଟି ଆସନ ଜିତି ପାରନ୍ତି।
ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅନୁଯାୟୀ, ବିଜେପି ୧୦ରୁ ୧୪, କଂଗ୍ରେସ ୨୦ରୁ ୨୫, ଟିଏମସି ୩ରୁ ୫ଟି ଆସନ ପାଇବେ। ଇଣ୍ଡିଆ ଟିଭି-ସିଏନକ୍ସ ଅନୁଯାୟୀ, ବିଜେପି ୧୬ରୁ ୨୨, କଂଗ୍ରେସ ୧୧-୧୭, ଟିଏମସି ୧ରୁ୨ଟି ଆସନ ପାଇବ।
ଜୀ ନ୍ୟୁଜ କହିଛି ଯେ ବିଜେପି ୧୩ରୁ ୧୮, କଂଗ୍ରେସ ୧୪ରୁ ୧୯ ଓ ଟିଏମସି ୨ରୁ ୫ଟି ଆସନ ପାଇବ। ଟାଇମ୍ସ ନାଓ-ସି ଭୋଟର ଅନୁଯାୟୀ ବିଜେପି ୧୪ଟି ଓ କଂଗ୍ରେସ ୧୬ଟି ଆସନ ଜିତିବ।