ନୂଆଦିଲ୍ଲୀ: ମଣିପୁରରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ଏକ୍ଜିଟ୍ ପୋଲ୍ ଫଳାଫଳ। ଏଥିରୁ ଅଧିକାଂଶ ମଣିପୁରରେ ବିଜେପି ବହୁମତ ପାଇବ ବୋଲି କହିଛନ୍ତି।
ମଣିପୁର ବିଧାନସଭାରେ ମୋଟ ୬୦ଟି ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ହେଉଛି ୩୧। ଇଣ୍ଡିଆ ଟୁଡେ-ଆକ୍ସିସ୍ର ଏକ୍ଜିଟ୍ ପୋଲ୍ ଅନୁଯାୟୀ, ବିଜେପି ଏଠାରେ ୩୩-୪୩ଟି ଆସନରେ ଜିତିବ। କଂଗ୍ରେସ, ଏନ୍ପିପି ଓ ଏନ୍ପିଏଫ୍ ୪ରୁ୮ଟି ଲେଖାଏଁ ଆସନ ପାଇପାରନ୍ତି। ଅନ୍ୟାନ୍ୟଙ୍କୁ ୦ରୁ ୭ଟି ଆସନ ମିଳିପାରେ।
ଜୀ ନ୍ୟୁଜ୍-ଡିଜାଇନ୍ବକ୍ସଡର ଏକ୍ଜିଟ୍ ପୋଲ୍ ଅନୁଯାୟୀ, ଏଠାରେ ଦଳ ୩୨ରୁ ୩୮ଟି ଆସନ ପାଇବ। କଂଗ୍ରେସ ମେଣ୍ଟ ୧୨ରୁ ୧୭ଟି ଆସନ ପାଇବ। ସେହିପରି ନ୍ୟୁଜ୍ ୧୮ ପଞ୍ଜାବ ଓ ପି-ଏମ୍ଏଆର୍କ୍ୟୁ ଅନୁଯାୟୀ, ବିଜେପି ୨୭ରୁ ୩୧ଟି ଆସନ ପାଇବ। ଆଉ କଂଗ୍ରେସକୁ ମିଳିବ ୧୧ରୁ ୧୭ଟି ଆସନ।