ପଞ୍ଚାୟତ ନିର୍ବାଚନ ସରିଛି ଫଳାଫଳ ମଧ୍ୟ ବାହାରିସାରିଛି। ଯାହା ବି ଫଳାଫଳ ଆସିଛି, ସେଥିରୁ ଜଣାପଡ଼ିଛି ଯେ ଏଥର ବ୍ଲକରେ ପୁରୁଖା ତଥା ଅଭିଜ୍ଞ ନେତାଙ୍କୁ ପଛରେ ପକାଇ ଅନେକ ନୂଆ, ଯୁବ ସ୍ୱାଧୀନ ପ୍ରାର୍ଥୀ ବିଭିନ୍ନ ଆସନରେ ଭଲ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସାରସକଣା ବ୍ଳକ୍‌ର ୧୭ଟି ପଞ୍ଚାୟତ ରହିଛି ତେବେ ଅନେକ ଅଭିଜ୍ଞ ତଥା ପୁରୁଖା ନେତାଙ୍କ ସହ ନୂଆ ନୂଆ ଯୁବକ ଯୁବତୀ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଥିଲେ। ଗୋଟିଏ ପଟେ ଅଭିଜ୍ଞ ତଥା ପୁରୁଖା ନେତାମାନେ ପୁରୁଣା ଢାଞ୍ଚାରେ ଲୋକଙ୍କ ପାଖକୁ ଯାଇ ଭୋଟ୍ ଭିକ୍ଷା କରିଥିବା ବେଳେ ଅନ୍ୟପଟେ ଯୁବ ପ୍ରାର୍ଥୀମାନେ ନୂଆ ନୂଆ ରଣକୌଶଳ ଅପଣାଇ ଥିଲେ ଏବଂ ନିଜ ନିଜ ଆଡ଼କୁ ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ସେମାନେ ପ୍ରଚାର ପ୍ରସାର ପାଇଁ ବିଶେଷ କରି ସୋସିଆଲ୍ ମିଡ଼ିଆକୁ ବ୍ୟବହାର ଥିଲେ। ଯୁବ ଗୋଷ୍ଠୀ ସେମାନଙ୍କ ଉଦ୍ୟମରେ ସଫଳ ହେଇ ଥିଲେ। ଅଭିଜ୍ଞ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି। ସେହିପରି ସାରସକଣା ବ୍ଲକ୍‌ର ୧୭ଟି ପଞ୍ଚାୟତର
ପୋଖରିଆ ପଞ୍ଚାୟତରେ ତାପସ କୁମାର ଦାସ,ଯୋକାପଞ୍ଚାୟତରେ ଶ୍ରୀ ମତି ସରୋଜିନୀ ନାଏକ ପୋଖରଡିହାରେ କାଳୀପୋଦ ସିଂ, ବାଘବୁଡାରେ ଚନ୍ଦ୍ରିକା ନାଏକ , ପାକଟିଆରେ ଫୁଲ ମଣି ନାଏକ ଶଙ୍ଖାଭଙ୍ଗାରେ ବାବାଜୀ ସିଂ ମୁରୁଣିଆରେ ବିରଞ୍ଚି ନାଏକ ସିଲଫୋଡିରେ ଶିବ ନାଏକ, ନିର୍ବାଚନ ଜିତି ନୂତନ ତଥା ଯୁବ ସରପଞ୍ଚ ଭାବେ ଉଭା ହୋଇଛନ୍ତି।
ସେହିପରି ୧୭ଟି ପଞ୍ଚାୟତରୁ ମୁରୁଣିଆରେ ମିହିର ଘୋଷ,ପାକଟିଆରେ ଲୋଚମନ ହାସଦା , ପୋଖରିଆରେ ଝରଣା ପାତ୍ର, ଯୋକାରେ ଜିତବାହାନ ହାସଦା, ଶଙ୍ଖାଭଙ୍ଗା ରେ ଫୁଲମଣି ମୁର୍ମୁ ସମିତି
ସଭ୍ୟ ଭାବେ ନିର୍ବାଚିତ ହୋଇଛଛି। ଅକ୍ଳାନ୍ତ ପରିଶ୍ରମ ସହ ଯୁବ ସଙ୍ଗଠନକୁ ମଜବୁତ କରି ନିର୍ବାଚନ ଜିତିଥିବା ଯୁବ ସରପଞ୍ଚ ଓ ସମିତି ସଭ୍ୟମାନେ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବନେଇ କାମ କରିବେ ବୋଲି କହିଛନ୍ତି ସେମାନଙ୍କ ବିଶ୍ୱାସ ଭାଜନ ପାଇଁ ଭୋଟ୍ ମାଗିବା ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଏହି ଯୁବ ଜନପ୍ରତିନିଧିମାନେ ସେମାନଙ୍କ ପ୍ରତିଶୁତି କେତେ ରଖିପାରୁଛନ୍ତି ଏବଂ ଲୋକଙ୍କ ପ୍ରିୟପାତ୍ର ହୋଇ ପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook

Leave a Reply

Your email address will not be published.