ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମର କନ୍ଦର୍ପ କୁଠାର ଓ ତାଙ୍କ ପରିବାର କାଙ୍ଗାରୁ କୋର୍ଟ ଭଳିଆ ଏକ ଗୁରୁତର ଅଭିଯୋଗ କରିଛନ୍ତି । କନ୍ଦର୍ପ ପରିବାର ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି କିଛି ବ୍ୟକ୍ତିଗତ ଶତ୍ରୁତା ଏବଂ ରାଜନୈତିକ ହିଂସା କାରଣ ରୁ ଗ୍ରାମ ପରିଚାଳନା କମିଟ ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ କନ୍ଦର୍ପ ଓ ତାଙ୍କ ପରିବାର କୁ ଗ୍ରାମ ପକ୍ଷରୁ ଥିବା ପୋଖରୀ ,ନାଳ,କୂଅ ,ଯାତ୍ରା, ଦେବାଦେବୀ ସ୍ଥାନ,ଗ୍ରାମର ବିଭିନ୍ନ ପର୍ବପର୍ବାଣୀରେ ସହଯୋଗ ନ କରିବା ଓ ସର୍ବ ସାଧାରଣ ସ୍ଥାନକୁ ଶ୍ରୀ କନ୍ଦର୍ପ ଓ ତାଙ୍କ ପରିବାର କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯାହା ଫଳରେ ବାରଣ ହୋଇଥିବା ପରିବାର ର ସଦସ୍ୟମାନେ ନାହିଁ ନଥିବା ଅସୁବିଧା ସାଙ୍ଗକୁ ମାନସିକତା ଅସ୍ଥିରତା ରେ ବୁଡ଼ି ରହିଛନ୍ତି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ପରିବାର ନ୍ୟାୟ ପାଇବା ପାଇଁ ଅନଗୁଳ ଜିଲ୍ଲାପାଳ, ସ୍ଥାନୀୟ ପ୍ରଶାସନ ,ସ୍ଥାନୀୟ ପୋଲିସ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୋଷିମାନଙ୍କ ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ ବୋଲି ଅଭିଯୋଗ କାରୀ ଶ୍ରୀ କନ୍ଦର୍ପ ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଏ ବିଷୟରେ ପ୍ରଥମେ ଅଭିଯୋଗକାରୀ ମାନେ କଣ କହୁଛନ୍ତି

ଅନ୍ୟପକ୍ଷେ ସେପଟେ ଗ୍ରାମ ସଭାପତି ଶ୍ରୀ ପ୍ରଫୁଲ ପ୍ରଧାନ ଅଭିଯୋଗ ଗୁଡିକ ମିଥ୍ୟା ଓ ଗ୍ରାମ ପକ୍ଷରୁ ଶ୍ରୀ କନ୍ଦର୍ପ କୁଠାରୀ ଓ ତାଙ୍କ ପରିବାର କୁ କିଛି ବାରଣ ବା ବାସନ୍ଦ କରାଯାଇ ନାହିଁ ବୋଲି ଗଣମାଧ୍ୟମ ଆଗରେ ରୋକଠକ ମନା କରିଛନ୍ତି । ତେବେ ଏ ଖବର ପ୍ରସାରଣ ପରେ କନ୍ଦରପ କୁଠାର ଙ୍କ ପରିବାର ଙ୍କୁ କେବେ ନ୍ୟାୟ ମିଳୁଛି,ତାହା ଦେଖିବାକୁ ବାକି ରହିଲା।

Share this…
Share on Facebook

Facebook

Leave a Reply

Your email address will not be published.