ଯାଜପୁର :ଏନ୍ଏଚ୍ ୧୬ ଜାରକା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଦ୍ରୁତ ଗତିରେ ଆସି ମହିଳାଙ୍କ ଉପରେ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଜଳବନ୍ଧ ଗାଁର ବନିତା ରାଉତ।ଗତକାଲି ବିନିତା ଝିଅ ଘର ଯାଜପୁର ରୋଡ଼ ଧବଳଗିରିକୁ ଆସୁଥିଲେ। କେନ୍ଦ୍ରପଡ଼ାରୁ ବସ୍ ଯୋଗେ ସେ ଚଣ୍ଡିଖୋଲ ଆସିଥିଲେ। ସେଠାରୁ ଓହ୍ଲାଇ ଅପରାହ୍ନ ୫ଟା ସମୟରେ ଚଣ୍ଡିଖୋଲ ଛକରୁ ନିଜ ଜ୍ୱାଇଁ ସହ ସ୍କୁଟିରେ ଧବଳଗିରି ଯାଉଥିଲେ। ଏହି ସମୟରେ ଜାରକା ଛକରେ ଛକରେ ନିକଟରେ ଟ୍ରକ୍ ତାଙ୍କ ଉପରେ ମାଡ଼ି ଯାଇଥିଲେ। ଏତେ ବଡ଼ ଦୁର୍ଘଟଣାରୁ ଜ୍ୱାଇଁ ପ୍ରଶାନ୍ତ ଅଳ୍ପକେ ବର୍ତ୍ତିଯାଇଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲା। ପୁଲିସ ଟ୍ରକ୍କୁ ଜବତ କରି ଘଟଣାରର ତଦନ୍ତ କରୁଛି।