ଚତୁର୍ଥ ସ୍ତମ୍ବ ଉପରେ କାହିଁକି ହେଉଛି ଆକ୍ରମଣ ?

ଚତୁର୍ଥ ସ୍ତମ୍ବ ଉପରେ କାହିଁକି ହେଉଛି ଆକ୍ରମଣ ?
ଆକ୍ରମଣ ପଛରେ ରହିଛି କି, ରାଜନୈତିକ ଅଭିସନ୍ଧି ?
ସାମ୍ବାଦିକତା ଉପରେ ଭାରି ପଡୁଛି କି ଚାଟୁକାରିତା ?
ସାମ୍ବାଦିକ ସଂଗଠନର ପକ୍ଷପାତିତା ପାଇଁ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି କି ସାମ୍ବାଦିକ ?
ଦେଶରେ ଏମିତି ଏକ ସମୟ ଆସିଛି ଯେତେବେଳେ ସବୁଠି ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଛି । ରିପବ୍ଲିକ ଭାରତର ଜଣାଶୁଣା ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଠାରୁ ଆରମ୍ଭ କରି ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଆଞ୍ଚଳିକ ଗଣମାଧ୍ୟମ ‘ଅର୍ଗସ ନ୍ୟୁଜ’ର ସାମ୍ବାଦିକ ପର୍ଯ୍ୟନ୍ତ ।
ଏବେ ଦେଶରେ ଗଣମାଧ୍ୟର ଏକ ଟ୍ରେଣ୍ଡ ଚାଲିଛି । କୌଣସି ଟିଭି ଚ୍ୟାନେଲ ବି ଖବର କାଗଜ ନା ଶୁଣିଲେ ପାଠକମାନେ ସ୍ୱତଃପ୍ରବୁତ ଭାବେ କହିଦେଉଛନ୍ତି କି ଏଟା ଅମୁକ ଦଳ ଟଙ୍କାରେ ଚାଲିଛି ତ ସେଟା ଅମୁକ ଦଳର ନେତାଙ୍କ ମାଲିକାନାରେ । ତେଣୁ ଗଣମାଧ୍ୟମ ଏବେ ଗଣମାଧ୍ୟମ ହୋଇ ଲୋକଙ୍କ ନଜରରେ ରହିନାହଁ । ଗଣମାଧ୍ୟମଗୁଡିକ କିଛି ରାଜନୈତିକ ଦଳର ପୁଷ୍ଟପୋଷକତାରେ ଚାଲୁଥିବା ନେଇ ଲୋକମାନଙ୍କ ମନରେ ଧାରଣା ସୃଷ୍ଟି ହୋଇ ସାରିଛି । ଏହା ବି ଏକ ପ୍ରମୁଖ କାରଣ ହୋଇପାରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେବା ପଛରେ ।
ଆପଣମାନେ ବଡ ବଡ ଗଣମାଧ୍ୟମକୁ ନଜର କରନ୍ତୁ । ଏଠି ମୁଖ୍ୟ ସମ୍ବାଦକୁ ହଜେଇ ଦେବାକୁ ଯେମିତି ପୁରା କଳ ବଳ କୌଶଳ ଲଗାଇ ଦିଆଯାଇଛି । ଦେଶର ବେରାଜଗାରୀ ଚରମ ସୀମାରେ ପହଂଚିଥିବା ବେଳେ ଗଣମାଧ୍ୟମ ନାଚବାଲୀ କଙ୍ଗନା କଣ କହିଲେ ତାକୁ ମୁଖ୍ୟ ଖବର ସଜେଇ ଦେଉଛି । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ ଗିରଫ କରିବା ବେଳେ ସାରା ଦେଶର ଗଣମାଧ୍ୟମ ଚିକ୍ରାର କରି ବିରୋଧ କରୁଛି ହେଲେ ଉତ୍ତର ପ୍ରଦେଶରେ ମଧ୍ୟାହ୍ନ ଭୋଜନରେ ରୁଟି ସାଂଗରେ କେବଳ ଲୁଣ ଦିଆଯାଉଥିବା ଖବର ଦେଖାଇଥିବା ସାମ୍ବାଦିକ ଜୟସ୍ୱୱାଲଙ୍କୁ ବିଜେପି ସରକାର ଜେଲରେ ରଖିବା ଖବରକୁ ଗଣମାଧ୍ୟମ ହଜାଇ ଦେଉଛି ।
ଅନ୍ୟପଟେ ଆଞ୍ଚଳିକ ଗଣମାଧ୍ୟମ କଥା ନକହିବା ଭଲ । ଏଠି ଗଣମାଧ୍ୟମର ମାଲିକ ଠାରୁ ନିଯୁକ୍ତ ସାମ୍ବାଦିକ ପର୍ଯ୍ୟନ୍ତ ସବୁ ଗୋଟିଏ ଲାଉର ମଞ୍ଜି ଭଳି ଦୃଶ୍ୟମାନ ହେଉଛନ୍ତି । ରାଜ୍ୟରେ ନିର୍ଦ୍ଧିଷ୍ଟ ଗୋଟିଏ ଦୁଇଟି ଗଣମାଧ୍ୟମକୁ ଛାଡିଦେଲେ ଅନ୍ୟମାନେ ନିରପେକ୍ଷ ନାମରେ ଦଳପକ୍ଷ ହୋଇ କାମ କରିଚାଲିଛନ୍ତି । ଏସବୁକୁ ଆଧାର କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଆକ୍ରୋସର ଶିକାର ହେଉଛନ୍ତି ସାମ୍ବାଦିକମାନେ ।

Share this…
Share on Facebook

Facebook

Leave a Reply

Your email address will not be published. Required fields are marked *