କଣାସ:ଗଣଶିକ୍ଷା ବିଭାଗରେ ଅବ୍ୟବସ୍ଥା। ପରୀକ୍ଷା କେନ୍ଦ୍ର ସମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ପ୍ରବେସିକା ପରୀକ୍ଷାରେ ବିଭ୍ରାଟ। ଅଡିମିଟ୍ କାର୍ଡ ଥାଇ ମଧ୍ୟ ପରୀକ୍ଷା ଦେବା ରୁ ବଞ୍ଚିତ ହେଲେ ଅନେକ ଛାତ୍ରଛାତ୍ରୀ। ପୁରୀ ଜିଲ୍ଲାର କଣାସ ସରକାରୀ ହାଇସ୍କୁଲ ସମୁଖରେ ଧାରଣା ଦେବା ସହ ପରିକ୍ଷ ଦେବାରୁ ବଞ୍ଚିତ ହୋଇ ନିରାଶ ରେ ଫେରିବା ସହ ଧାରଣା ରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ଷଷ୍ଠରୁ ଉତିନ୍ନ ହୋଇ ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେସୀକା ପରୀକ୍ଷା ଦେବାକୁ ଅନଲାଇନ୍ ରେ ଆବେଦନ କରିଥିଲେ ସୋମ୍ୟରଞ୍ଚନ ଉତରକବାଟ ଓ ପ୍ରତିକ୍ଷା ମହାପାତ୍ର। ପରୀକ୍ଷା ଦେବାକୁ ଅନଲାଇନ୍ ରୁ ମଧ୍ୟ ଆଡିମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ର ହୋଇଥିବା କଣାସ ସରକାରୀ ହାଇସ୍କୁଲ ରେ ଛାତ୍ରଛାତ୍ରୀ ପହଁଞ୍ଚିଥିଲେ। ହେଲେ ପରୀକ୍ଷା ଦାଇତ୍ବରେ ଥିବା ଶିକ୍ଷକ ବିଦ୍ୟାଳୟ ଭିତରକୁ ପ୍ରବେସ କରାଇଦେଇନଥିଲେ। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପରୀକ୍ଷା ହେଉ ନାହଁ କହି ତଡିଦେଇଥିଲେ। ଏନେଇ ଛାତ୍ରଛାତ୍ରୀ ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ କୈାଣସି ସୁଫଳ ମିଳିନଥିଲା। ଶେଷରେ ପରୀକ୍ଷା କେନ୍ଦ୍ର ସମୁଖରେ ଛାତ୍ରଛାତ୍ରୀ ଓ ଅବିଭାବକ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।